ବୁଧବାର ସନ୍ଧ୍ୟାରେ ଟାଙ୍ଗରମୁଣ୍ଡା ଠାରେ ଜଣେ ବାଇକ୍ ଚାଳକ ଭାରସାମ୍ୟ ହରାଇ ଏକ ସ୍କୁଟି କୁ ପଛ ପଟୁ ଧକ୍କା ଦେଇଥିବା। ହେଲେ ସ୍କୁଟି ଟି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହେବା ସହ ତିତେରପୋଷ ରୁ ଟାଙ୍ଗରମୁଣ୍ଡା କୁ ଆସୁଥିବା ଅନ୍ୟ ଏକ ବାଇକ୍ କୁ ଧକ୍କା ଦେଇ ଥିଲା। ଫଳରେ ଉଭୟ ବାଇକ୍ ଓ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ଏଥିରେ ବାଇକ୍ ରେ ଥିବା ତିତେରପୋଷର୍ ଇଗ୍ନେସ କୁଲୁ ଙ୍କ ଝିଅ ଏନି ଆନୀକା କୁଲ୍ଲୁ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।