ପଟ୍ଟାଙ୍ଗୀ: ନନ୍ଦପୁର ବ୍ଳକ୍ ଖେମୁଣ୍ଡୁ ଗୁଡ଼ା ମଣ୍ଡଳରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତବାର୍ଷିକୀ ପାଳନ ଅବସରରେ ପଥ ସଞ୍ଚାଳନ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତବାର୍ଷିକୀ ଉତ୍ସବ ନନ୍ଦପୁର ଖଣ୍ଡର ଖେମୁଣ୍ଡୁ ଗୁଡ଼ା ମଣ୍ଡଳରେ ଆଜି ଦିନ ୧୨ଘଣ୍ଟା ସମୟରେ ପାଳନ କରାଯାଇଛି । ନନ୍ଦପୁର ଖଣ୍ଡ ଅଧିନରେ ଥିବା ପାଞ୍ଚୋଟି ମଣ୍ଡଳର ଶାଖାର ପ୍ରାୟ ଦୁଇ ଶହ ସ୍ଵୟଂସେବକ ପୂର୍ଣ୍ଣ ଗଣବେଶରେ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ । ସ୍ଵୟଂସେବକ ମାନେ ପୂର୍ଣ୍ଣ ଗଣବେଶ ପରିଧାନ ପୂର୍ବକ ଘୋସ୍ ବାଦ୍ୟର ତାଳେ ତାଳେ ପଞ୍ଚାୟତ ପରିକ୍ରମା କରି ଖେମୁଣ୍ଡୁ ଗୁଡ଼ା ସଦର ଗ୍ରାମ ପଞ୍ଚାୟତ ରେ ସଂଚାଳନ ଯାଉଥିବା ବେଳେ ରାସ୍ତା କଡ଼ରେ ସ୍ଥାନେ ସ୍ଥାନେ ମହିଳା ମାନେ ପୁଷ୍ପ ସିଞ୍ଚନ ପୂର୍ବକ ସ୍ଵାଗତ କରିଥିଲେ ।