ଲୋଇସିଂହା ବିଧାୟକ ତଥା ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗଙ୍କ ଉଦ୍ୟମରେ ଏବଂ ପଲ୍ଲୀ ଆଲୋକ ପାଠାଗାରର ଆନୁକୂଳ୍ୟରେ ଆୟୋଜିତ ପ୍ରଥମ ବିଧାୟକ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ସେମିଫାଇନାଲ ଖେଳ ଉତ୍ସାହଭରା ପରିବେଶରେ ଅନୁଷ୍ଠିତ ହୋଇଛି। ପ୍ରଥମ ସେମିଫାଇନାଲରେ ବାଦିବାହାଲ ଏକାଦଶ ଟ୍ରାଇବେକରରେ କୁରୁଲ ଏକାଦଶକୁ ପରାଜିତ କରି ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି। ସେହିପରି ଦ୍ୱିତୀୟ ସେମିଫାଇନାଲରେ ନଅଗାଁ (ଖ) ଦଳ ୨-୦ ଗୋଲରେ ସୁଜିଆକୁ ହରାଇ ଫାଇନାଲ ଟିକେଟ୍ ସୁନିଶ୍ଚିତ କରିଛି। ଆସନ୍ତାକାଲି ବାଦିବାହାଲ ଓ ନଅଗାଁ ମଧ୍ୟରେ ହେବ ରୋମାଞ୍ଚକର ଫାଇନାଲ ମୁକାବିଲା