କବିସୂର୍ଯ୍ୟନଗର: କେ. ବରିଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
କେ. ବରିଡା ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ଜ୍ୟୋତିର୍ମୟୀ ନନ୍ଦ, ସୋମନାଥ ସେଠି, ଏସ. ଛଚିନା ପ୍ରଧାନ ଶିକ୍ଷକ ପ୍ରଭାସିନୀ ଦାସ ଯୋଗଦେଇ କୋମଳମତି ଶିଶୁ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମର ଲକ୍ଷ ବୋଲି କହିଥିଲେ । ପାଠ ପଡିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନ୍ୟାନ୍ୟ ପ୍ରତିଭା ର ବିକାଶ ମଧ୍ୟ ଆବଶ୍ୟକ ରହିଛି ବୋଲି ମତ ବ୍ୟକ୍ତ କରିଥିଲେ ।