ବାଲେଶ୍ବର ମ୍ୟୁନିସିପାଲଟି: ସିନେମା ଛକ ଠାରେ ମେଢ଼ ଭସାଣୀ ବେଳେ ତଦାରଖ କରୁଛନ୍ତି ଡିଆଇଜି
ଆଜି ମା ଦୁର୍ଗାଙ୍କ ଭସାଣୀ ଶୋଭାଯାତ୍ରା ଚାଲିଥିବା ବେଳେ ବାଲେଶ୍ଵର ସହରର ସିନେମା ଛକ ଠାରେ ସନ୍ଧ୍ୟା ୭ ଟା ସମୟରେ ମେଢ଼ ଗୁଡ଼ିକ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହିଥିବା ରୁ ଶୋଭାଯାତ୍ରା ରେ ବାଧା ସୃଷ୍ଟି ହୋଇଥିଲା।ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ସିନେମା ଛକ ଠାରେ ପହଞ୍ଚି ତଦାରଖ କରିବା ସହ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ରହିଥିବା ମେଢ଼ ଗୁଡ଼ିକ ନିଜେ ଆଗେଇ ଥିଲେ।ଘଟଣା ସ୍ଥଳରେ ଏସପି ପ୍ରତ୍ୟୁଷ ଦିବାକର ଏବଂ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ପହଞ୍ଚି ମେଢ଼ ଗୁଡ଼ିକ ଆଗେଇ ଥିଲେ।