ତିର୍ତ୍ତୋଲ: ଶାରଳା ରୋଡ଼ ଛକରୁ ବିଜୁ ପଟ୍ଟନାୟକଙ୍କ ୨୭ ତମ ତିରୋଧାନ ଦିବସରେ ବ୍ଲକ ବିଜେଡି ତରଫରୁ ବାଇକ୍ ରାଲି ଅନୁଷ୍ଠିତ
ତିର୍ତ୍ତୋଲ ବ୍ଲକ ଶାରଳା ରୋଡ଼ ଛକଠାରୁ ବିଜୁ ଜନତାଦଳ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୭ ତମ ତିରୋଧାନ ଦିବସରେ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲା ବିଜେଡି ବରିଷ୍ଠ ଉପସଭାପତି ଅଶ୍ବିନୀ କୁମାର ଦାସ, ଜିଲ୍ଲା ସମ୍ପାଦକ ବସନ୍ତ କୁମାର ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ସୁନିଲ୍ ବେହେରାଙ୍କ ସମେତ ଶତାଧିକ ଦଳିୟ କର୍ମୀ ସାମିଲ ହୋଇଥିଲେ।