ଖଲ୍ଲିକୋଟ୍: ଭେଜିପୁଟ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ ଘଟଣା; ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ସହାୟତା ପ୍ରଦାନ
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ବର ପଞ୍ଚାୟତର ଭେଜିପୁଟ ଗ୍ରାମରେ ଗତ ୧୪ ତାରିଖ ସନ୍ଧ୍ୟାରେ ବିଷାକ୍ତ ସାପ କାମୁଡାରେ ପୁଷ୍ପଲତା ନାୟକଙ୍କ ମୃତ୍ୟୁ ହୋଇଥିଲା । ତେବେ ଆଜି ଅପରାହ୍ନ ସାଢ଼େ ୪ ଟା ସମୟରେ ଖଲ୍ଲିକୋଟ ତହସିଲଦାର ଡି ମାଲେଶ୍ୱର୍ ପାତ୍ର, ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ବାଇଁ, ତହସିଲ ସୁପରଭାଇଜର ତ୍ରିଲୋଚନ ବିଶ୍ଵାଳ ଗ୍ରାମରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ମୃତକଙ୍କ ସ୍ବାମୀ ଙ୍କୁ ଜିଲ୍ଲା ରେଡ କ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।