ପଦ୍ମପୁର: ସାର୍ବଜନୀନ କାଳୀ ପୂଜା ମହୋତ୍ସବ କାଲିପଡା ରେ ଭକ୍ତଙ୍କ ପ୍ରବଳ ଭିଡ଼
ବରଗଡ ଜିଲ୍ଲା ପଦ୍ମପୁର ସହରର ବିଭିନ୍ନ ପଡାରେ ବେଶ ଆଡମ୍ବରର ସହ ପୂଜା ଚାଲିଥିବା ବେଳେ ସାର୍ବଜନୀନ କାଳି ପୂଜା ମହୋତ୍ସବ କାଲିପଡା ତରଫରୁ ମହା ଆଡମ୍ବରରେ ପୂଜା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦ୍ୱିତୀୟ ଦିନ ସନ୍ଧ୍ୟା ୭ଟା ସମୟରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବା କୁ ମିଳିଥିଲା। ସହର ତଥା ଆଖ ପାଖ ଗାଁ ରୁ ଭକ୍ତ ମାନେ ଆସି ମା କାଲି ଙ୍କ ଦର୍ଶନ କରିଥିଲେ। ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗ ର ବ୍ୟବସ୍ଥା କରାଯିବା ସହ ଭଜନ ସମାରୋହ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଶେଷତଃ, ଏହି ପୂଜା ଦୀର୍ଘ ବର୍ଷ ଧରି ଅବିଚ୍ଛିନ୍ନ ଭାବେ ଚାଲିଆସୁଛି।