ନାକଟିଦେଉଳ: କିସିଣ୍ଡା ଠାରେ ରାସ୍ତା କଡରୁ ମୁର୍ମୁଷ ଅବସ୍ଥାରେ ସ୍କୁଲ ଛାତ୍ରୀ ଉଦ୍ଧାର
କିସିଣ୍ଡା ଠାରେ ରାସ୍ତା କଡରୁ ମୁର୍ମୁଷ ଅବସ୍ଥାରେ ସ୍କୁଲ ଛାତ୍ରୀ ଉଦ୍ଧାର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ କିସିଣ୍ଡା ଠାରେ ବୁଧବାର ସକାଳେ ମୁର୍ମୁଷ ଅବସ୍ଥାରେ ରାସ୍ତା କଡ଼ରୁ ଜଣେ ସ୍କୁଲ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରୀ ଛଣକ କିସିଣ୍ଡା ହାଇ ସ୍କୁଲ୍ ର ନବମ ଶ୍ରେଣୀରେ ପଢ଼ୁଥିବା ଜଣାପଡିଛି । ତେବେ ସେ ସକାଳୁ ସ୍କୁଲ୍ ଯାଉଥିବା ବେଳେ କୈାଣସି କାରଣରୁ ହଠାତ୍ ଅସୁସ୍ଥ ହୋଇ ଅଚେତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଯାଇଥିଲେ ।