ବଲାଙ୍ଗିର—ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗ୍ରୀନ ପେସେଜ ସାର୍ଟିଫିକେଟ ପ୍ରଦାନ କରାଗଲା । ଓଡ଼ିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୪୩୮୦୦ ତାରିଖ ୧୮.୧୨.୨୦୨୨ ଅନୁଯାୟୀ, କୋଭିଡ୍–୧୯ରେ ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଥିଲେ ସେଇ ପରିବାରର ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ । ଏହା ଅଧୀନରେ ନାମଲେଖା ଫି, ପରୀକ୍ଷା ଫି, ହଷ୍ଟେଲ, ଲାବୋରେଟରୀ, ଲାଇବ୍ରେରୀ ସହ କଲେଜ ଫି ମଧ୍ୟ ଛାଡ଼ ହେବ । ଏହା ଦ୍ୱାରା ପିଲାଙ୍କୁ ଉଚ୍ଚ ଶିକ୍ଷା ଅବଧିରେ ବଡ଼ ସହାଯୋଗ ମିଳିବ ।