ଚାରଭଟ୍ଟା ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣା ସଡ଼କ ସୁରକ୍ଷାକୁ ନେଇ ଗଭୀର ସନ୍ଦେଶ ଦେଇଛି ଖଇରଭାଡ଼ି ଗ୍ରାମର ଲିଲିମା ନାୟକ ବାଇକ୍ରେ ଯାଉଥିବା ବେଳେ ହଠାତ୍ ତାଙ୍କ ଶାଢ଼ୀ ବାଇକ୍ର ଚକାରେ ଲାଗିଯାଇଥିଲା। ଏହାର ଫଳରେ ବାଇକ୍ ଅସନ୍ତୁଳିତ ହୋଇ ଦୁର୍ଘଟଣା ଘଟିଥିଲା ଓ ସେ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଭିମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଅଘଟଣ ପୁନରାବୃତ୍ତି ନ ହେବା ପାଇଁ ବାଇକ୍ରେ ଯାତ୍ରା ସମୟରେ ଶାଢ଼ୀକୁ ସୁରକ୍ଷିତ ଭାବେ ବାନ୍ଧିବା, ଦୁପଟା କିମ୍ବା ଓଢ଼ଣିକୁ ଚକାରୁ ଦୂରେ ରଖିବା ସହ ସମସ୍ତଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ସଚେତନ କରାଯାଉଛି।