ଖୁଣ୍ଟା ବ୍ଲକ ସ୍ଥିତ ଚତୁର୍ଶୀଳା ଗ୍ରାମ ଠାରେ କୁମ୍ଭକାର ସଂପ୍ରଦାୟ ପକ୍ଷରୁ କୂରାଳ ପଞ୍ଚମୀ ପୂଜା ମହା ଆଡ଼ମ୍ବର ସହିତ ଅନୁଷିତ ହୋଇଯାଇଛି। ଉକ୍ତ ସଂପ୍ରଦାୟ ର ପ୍ରମୁଖ ପାରମ୍ପରୀକ ପୂଜା ରୁପେ ପରିଚିତ ଥିବା ଏହି ପୂଜା ଗତ ୩ ଦିନ ଧରି ଅନୁଷ୍ଠିତ ହୋଇ ଆସିଥିବା ବେଳେ ଗୁରୁବାର ସଂଧ୍ୟା ୬ ଟାରେ ଉଦଯାପିତ ହୋଇଯାଇଛି। ଆୟୋଜିତ ଏହି ପୂଜାରେ ଗ୍ରାମ ଏବଂ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟା ରେ ମହିଳା ପୁରୁଷ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।