ରେଢାଖୋଲ: ବଉଦ ରାସ୍ତାର କନ୍ଧରା ଠାରେ ରାଜ ରାସ୍ତା ଉପରେ ଦନ୍ତାହାତୀ
ବଉଦ ରାସ୍ତାର କନ୍ଧରା ଠାରେ ରାଜ ରାସ୍ତା ଉପରେ ଦନ୍ତାହାତୀ ରେଢ଼ାଖୋଲ ବଉଦ ରାସ୍ତାର କଦଳୀଗଡ ନିକଟ କନ୍ଧରା ଠାରେ ଜାତୀୟ ରାଜପଥ ଉପରେ ଶନିବାର ସକାଳେ ଏକ ଦନ୍ତାହାତୀ ଦେଖିବାକୁ ମିଳିଛି । ହାତୀ ଟି ରାଜ ଉପର ସକାଳେ ଠିଆ ହୋଇରହିଥିଲା । ଫଳରେ କିଛି ସମୟ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ପରେ ଜଂଗଲ ଭିତରକୁ ଚାଲିଯାଇଥିଲା । ଉକ୍ତ ହାତୀଟି ରାତି ହେଲେ ଖାଦ୍ୟ ଅନ୍ବେଷଣରେ ଆସି ଲୋକଙ୍କ ଧାନ ଫସଲ ଖାଇବା ସହ ନଷ୍ଟ କରିଦେଉଛି । ତେଣୁ ହାତୀକୁ ଅନ୍ୟତ୍ର ଘୋଡ଼ାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।