ବଲାଙ୍ଗିରର ଉନ୍ନତି ଯାତ୍ରାକୁ ନୂତନ ଗତି ଦେବା ପାଇଁ ପୌରାଧ୍ୟକ୍ଷା ଲିକା ସାହୁଙ୍କ ପଦକ୍ଷେପ ଜାରି ରହିଛି। ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ହେବା ପରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ହାଉସିଂ ବୋର୍ଡ ଅନ୍ତର୍ଗତ ଜମିକୁ ବଣ୍ଟନ କରି ସ୍ଥାନୀୟ ଜନସାଧାରଣଙ୍କ ସ୍ବପ୍ନକୁ ସଫଳ କରିବା ପାଇଁ ପ୍ରଥମ ପଦକ୍ଷେପ ନେଇଥିଲେ। ଆଜି ସକାଳୁ ସେହି ଅଞ୍ଚଳରେ ହିତାଧିକାରୀଙ୍କ ସମ୍ମୁଖରେ ପୌରାଧ୍ୟକ୍ଷା ଲିକା ସାହୁ ସ୍ଥଳ ସମୀକ୍ଷା କରି ଖୁବ ଶୀଘ୍ର ବିକାଶମୂଳକ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।