ଧର୍ମଗଡ: ତାଲପଦର ଗାଁ ରେ ଶବ ଦାହ ସତ୍କାର କଲାବେଳେ ପେଟ୍ରୋଲ ସିଞ୍ଚନ କଲାବେଳେ ନିଆଁ ଲାଗି ଜଣେ ଯୁବକ ଗୁରୁତର ଭାବରେ କଳମପୁର ଡାକ୍ତରଖାନାରେ ଭର୍ତ୍ତି
ତାଲପଦର ଗାଁ ର କୁଞ୍ଜ ନିଆଲ ନିଜ ସମ୍ପର୍କୀୟ ର ଦେହାନ୍ତ ହେବାରୁ ଗାଁ ସ୍ମଶାନ କୁ ଶବ ସତ୍କାର ପାଇଁ ଯାଇଥିଲେ । ଶବ ଦାହ ସଂସ୍କାର କଲାବେଳେ ସମ୍ପୃକ୍ତ ଯୁବକ ଜଣକ ପେଟ୍ରୋଲ ସିଞ୍ଚନ କରୁଥିବା ବେଳେ ନିଆଁ ଟି କୁଞ୍ଜ ନିଆଲ ଙ୍କ ଦେହରେ ଲାଗି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦେହ ରେ ନିଆଁ ଲାଗିବା ଫଳରେ ଦେହର ଅନେକାଂଶ ପୋଡି ଯାଇଛି।