ଅତାବିରା: ରେମଣ୍ଡା ସ୍ବାସ୍ଥ କେନ୍ଦ୍ରରେ ନୂତନ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ତାପନ କାର୍ଯ୍ୟକ୍ରମ
ଆଜି ସୋମବାର ମଧ୍ଧାହ୍ନ ୧୨ଟାରେ ଭେଡେନ ବ୍ଲକ ଅଧିନ ରେମଣ୍ଡା ସ୍ବାସ୍ତ କେନ୍ଦ୍ରରେ ନୂତନ କୋଠା ନିର୍ମାଣର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ,ସମ୍ମାନୀତ ଅତିଥି ସିଡିଏମଓ ମହନ୍ତ ଯୋଗଦାନ କରି ଭିତ୍ତିପ୍ରସ୍ତର ସ୍ତାପନ କରିଛନ୍ତି |ଭିତ୍ତିପ୍ରସ୍ତର ସ୍ତାପନା ସମୟରେ ରେମଣ୍ଡା ସରପଂଚ ଉଦ୍ଦବ ବାରିକ,ମଣ୍ଡଲ ସଭାପତି ଖିରେଶ ମହାକୁର,ଧନେଶ୍ବର ପାଢୀ,ପୂର୍ବତନ ମଣ୍ଡଲ ସଭାପତି ଭୀମସେନ ମଲ୍ଲିକ.ବିଡିଓ କର୍ଣ୍ନ ସୁନା ଯୋଗଦେଇଥିଲେ |