ଲକ୍ଷ୍ମୀପୁର: ଓଡିଆପେଣ୍ଠ ନର୍ସରୀ ଠାରେ ବନ ବିଭାଗ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ମା’ କୁ ସମ୍ମାନ ଦେବା ଲକ୍ଷରେ ଏକ ପେଡ ମା’ କେ ନାମ କାର୍ଯ୍ୟକ୍ରମ ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣପାଟଣା ବ୍ଲକ ଓଡିଆପେଣ୍ଠ ନର୍ସରୀ ଠାରେ ବନ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନାରାୟଣପାଟଣା ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ କୁମାର ଦୋରା,ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ,ବନ ବିଭାଗ ଅଧିକାରୀ ଅକ୍ଷୟ କୁମାର ପାଢୀ,ବନ ବିଭାଗର ସମସ୍ତ କର୍ମଚାରୀ,ଓଡ଼ିଆ ପେଣ୍ଠ ସ୍କୁଲର ଶିକ୍ଷକ ଓ ଛାତ୍ରମାନେ ଉପସ୍ଥିତ ଥିଲେ ।