ଝାରସୁଗୁଡା: ଝାରସୁଗୁଡ଼ା ବିଟିଏମ୍ ବିଜେପି କାର୍ଯ୍ୟାଳୟରେ ଜନସାଧାରଣଙ୍କ ପାଇଁ ଝାରସୁଗୁଡା ବିଧାୟକଙ୍କ ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣତନ୍ତ୍ରରେ ଜନ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ଜନପ୍ରତିନିଧି ଓ ଜନ ସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ଅତ୍ୟନ୍ତ ଜରୁରୀ ଏବଂ ଜନ ସାଧାରଣ ଙ୍କ ଅଭିଯୋଗର ସମାଧାନ କରିବା ଜନ ପ୍ରତିନିଧି ଙ୍କ ପ୍ରମୁଖ କାର୍ଯ୍ୟ। ତେବେ ଆଜି ସକାଳ ଏଗାରଟା ସମୟରେ ଝାରସୁଗୁଡ଼ା ଜିଲ୍ଲା ବିଟିଏମ୍ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ଝାରସୁଗୁଡା ବିଧାୟକଙ୍କ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ରହି ଜନ ସାଧାରଣ ଙ୍କ ବିଭିନ୍ନ ସମସ୍ୟା ବିଷୟରେ ବୁଝି