ଚିକିଟି ବ୍ଲକ ଅନ୍ତର୍ଗତ ହିଞ୍ଜିଳିଗାଁ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ସ୍କୁଲର ସୁବିଧା ଅସୁବିଧା ବୁଝିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ।ଶନିବାର ପୂର୍ବାହ୍ନରେ ବିଦ୍ୟାଳୟର ବିଭିନ୍ନ ଅଭାବ ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ତତ୍ ପରେ ଶ୍ରେଣୀ ଗୃହ ପରିଦର୍ଶନ ଅବସରରେ ପିଲାମାନଙ୍କ ସହିତ ମଧୁର ଆଳାପ କରି ପାଠ ପଢା, ଜୀବନର ଲକ୍ଷ୍ୟ ଆଦି ବିଷୟରେ ପଚାରି ବୁଝି ମାର୍ଗ ଦର୍ଶନ ଦେଇଥିଲେ।