ପୁଇଁତଲା ସ୍ଥିତ ଅଏଁଲାସାରି ଠାରେ ମାଁ ଶାରଳା ଏସ୍.ଏଚ୍.ଜି ଧାନ ମଣ୍ଡିର ଆଜି ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କ ଦ୍ୱାରା ଶୁଭ ଉଦ୍ଘାଟନ କରାଗଲା। ଉଦ୍ଘାଟନ ଅବସରରେ ମନ୍ତ୍ରୀ ମହଲିଙ୍ଗ ଉପସ୍ଥିତ ଚାଷୀ ଭାଇ ଓ ଭଉଣୀମାନଙ୍କ ସହ କୃଷି, ବଜାର ଓ ଶାସନ ଯୋଜନାସମ୍ମତ ବିଭିନ୍ନ ବିଷୟରେ ଆଲୋଚନା କଲେ। ନୂତନ ମଣ୍ଡି ଖୋଲାହେବାରୁ ସ୍ଥାନୀୟ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଦେଖାଦେଲା।