ବଡସାହି: ଭଣ୍ଡାରିଶୋଳ ଠାରେ ଅସୁସ୍ଥ ମାଈହାତୀକୁ ଟ୍ରାଙ୍କୁଲାଇଜ କରିବାରେ ସଫଳହେଲା ବନବିଭାଗ, ଉନ୍ନତଚିକିତ୍ସା ପାଇଁ ସ୍ଥାନାନ୍ତର କରାଗଲା
ବେତନଟୀ ରେଞ୍ଜ ଅଧୀନ ନଡପୁର, କ୍ଷୀରିପଦା ଏବଂ ଚୁଆପଦା ଇଲାକାରେ ଯନ୍ତ୍ରଣା ଜ୍ୱାଳାରେ ଘୁରିବୁଲୁଥିବା ଅସୁସ୍ଥ ମାଈ ହାତୀକୁ ଶେଷରେ ଭଣ୍ଡାରୀଶୋଳ ଠାରେ ଶୁକ୍ରବାରରାତି ସାଢେ ୯ଟାରେ ଟ୍ରାଙ୍କୁଲାଇଜ କରି ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କଲା ବନବିଭାଗ l ବେତନଟୀର ଡେପୁଟି ରେଞ୍ଜର ଧୃବେନ୍ଦ୍ରନାଥ ନାୟକଙ୍କ ତତ୍ୱାବଧାନରେ ବେତନଟୀ ବନବିଭାଗର ଏକାଧିକ ଟିମ ଅସୁସ୍ଥ ହାତୀକୁ ପିଛା କରୁଥିଲେ l