ଝାରସୁଗୁଡା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡି.ଏ.ଭି. ପବ୍ଲିକ ସ୍କୁଲ, ବନ୍ଧବାହାଲ ଆନୁକୂଲ୍ୟରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନୀ ମେଳା ଅନୁଷ୍ଠିତ
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡି.ଏ.ଭି. ପବ୍ଲିକ ସ୍କୁଲ, ବନ୍ଧବାହାଲ ଆନୁକୂଲ୍ୟରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନୀ ମେଳା ଆଜି ସକାଳ ସାଢେ ଦଶଟା ସମୟରେ ଆୟୋଜିତ ହୋଇଯାଇଛି। ସଂଗମ ମହିଳା ମଣ୍ଡଳ ବନ୍ଧବାହାଲର ସଭାନେତ୍ରୀ ରିନୁ ପାଣ୍ଡେ, ନେତ୍ରୀ ଭବାନୀ ଜେ ଅତିଥି ଭାବରେ ଯୋଗଦେଇ ମେଳାଟିକୁ ଉଦଘାଟନ କରିଥିଲେ। ଆୟୋଜିତ ଏହି ପ୍ରଦର୍ଶନି ମେଳାରେ ବିଜ୍ଞାନ ଭିତ୍ତିକ ୫୦ଟି ପ୍ରକଳ୍ପ, ସାମାଜିକ ବିଜ୍ଞାନ ଭିତ୍ତିକ ୧୯ଟି ପ୍ରକଳ୍ପ,ଗଣିତ ଭିତ୍ତିକ ୨୨ଟି ପ୍ରକଳ୍ପ ଏବଂ ଚିତ୍ରକଳା ଭିତ୍ତିକ ପ୍ରାୟ ୨୦୦ ଟି ପ୍ରକଳ୍ପ ସ୍ଥାନ ପାଇଥିଲା।