ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାଗମୁଣ୍ଡା ଅଞ୍ଚଳ ଲିମେଇଟିକ୍ରାର ଜଣେ ଯୁବକ ଆଜି ଚାଲୁଥିବା ସମୟରେ ଯୁବକ ଟଳିପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସାଲୟ କୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଯୁବକ ଜଣକ ଲିମେଇଟିକ୍ରାର ସୁଶାନ୍ତ ବିଶ୍ୱାଳ ହୋଇଥିବା ବେଳେ ବୟସ ପ୍ରାୟ ୩୫ ହୋଇଥିବା ନେଇ ପୋଲିସ ତରଫରୁ ଆଜି ରାତି ନଅଟା ସମୟରେ ସୂଚନା ଦିଆଯାଇଛି। ତେବେ ଏହାକୁ ନେଇ ଲଖନପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ନେଇ