ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉଦଯାପିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ବୃନ୍ଦାବନ ବିହାର, ରେଢାଖୋଲ ର ତିନିଦିନ ଧରି ରୌପ୍ୟ ଜୟନ୍ତୀ ଉତ୍ସବ ଆବର୍ତ୍ତନ ୨୦୨୫–୨୬: ଯେଉଁଠାରୁ ସବୁକିଛି ଆରମ୍ଭ ହୋଇଥିଲା, ସେଠାକୁ ଫେରିଯାଅ” ମହାସମାରୋହରେ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦ୍ ଯାପନ ସମାରୋହରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ୨୫ ବର୍ଷର ଶିକ୍ଷାତ୍ମକ ଯାତ୍ରାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଶିକ୍ଷା କେବଳ ପାଠପୁସ୍ତକରେ ସୀମିତ ନୁହେଁ, ମୂଲ୍ୟବୋଧ, ସଂସ୍କାର ଓ ମାନବିକତା ଗଢ଼ିବା