ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବିଶ୍ୱ ଷ୍ଟ୍ରୋକ ଦିବସ ପାଳନ ଅବସରରେ ସଚେତନତା ସଭା,ଯୋଗ ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ
ଆଜି ଅପରାହ୍ନ ୩ ଟାରେ ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ୱ ଷ୍ଟ୍ରୋକ ଦିବସ 2025 ଉପଲକ୍ଷେ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଚେତନତା ସଭା ଅନୁଷ୍ଠିତ। ଏ ବର୍ଷର ବିଶ୍ୱ ଷ୍ଟ୍ରୋକ ଦିବସର ଥିମ୍ ଥିଲା (ପ୍ରତିଟି ମିନିଟ୍ ଗୁରୁତ୍ୱପୂର୍ଣ୍ଣ)।ଏହି ସଭା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ସଭାପତି ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଲେ ଷ୍ଟ୍ରୋକ ରୋଗକୁ ରୋକା ଯାଇପାରିବ ବୋଲି କହିଥିଲେ।