ବଲାଙ୍ଗୀର: ରାଏପାଲି ରତନପୁର ଘୁଚିପାଲି ମଧ୍ୟସ୍ଥଳୀର ବୁଢ଼ାଦେଓ ପୀଠରେ ମକର ମେଳାର ଭବ୍ୟ ଭାବେ ଆୟୋଜନ
ବଲାଙ୍ଗୀର ସହର ସ୍ଥିତ ସରକାରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ନିୟମ, ଯାନ ଚଳାଚଳ ସମୟରେ ସାବଧାନତା, ହେଲମେଟ୍ ଓ ସିଟ୍ବେଲ୍ଟ ବ୍ୟବହାରର ଆବଶ୍ୟକତା ବିଷୟରେ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ଇଣ୍ଟରଆକ୍ଟିଭ୍ ସେସନ, ପ୍ରଶ୍ନୋତ୍ତର ଓ ସଚେତନତା ଆଲୋଚନା ମାଧ୍ୟମରେ ଯୁବପିଢ଼ିଙ୍କୁ ସୁରକ୍ଷିତ ସଡ଼କ ବ୍ୟବହାର ପାଇଁ ପ୍ରେରିତ କରାଯାଇଥିଲା। ସଡ଼କ ଦୁର୍ଘଟଣା ରୋକିବା ଓ ସୁରକ୍ଷିତ ଯାତାୟାତ ନିଶ୍ଚିତ କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ