ଗୋବିନ୍ଦପୁର: କେଛୁପାଣି ଠାରେ ଚାଲିଥିବା ବୋଏଲ ଯାତ୍ରା ଉଦଯାପିତ
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ କେଛୁପାଣି ଗ୍ରାମରେ ଗତ ତିନି ଦିନ ଧରି ଚାଲିଥିବା ମାଁ ସମଲେଶ୍ୱରୀଙ୍କ ବୋଏଲ ଯାତ୍ରା ଉଦଯାପିତ ହୋଇ ଯାଇଛି। ମାଁ ସମଲେଶ୍ଵରୀ କମିଟିର ସ୍ଥାୟୀ ସଭାପତି କ୍ଷୀରୋଦ କୁମାର ସା ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ମନ୍ଦିର ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ଅର୍ଥ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ। ମଙ୍ଗଳବାର ସନ୍ଧ୍ୟା ରେ ଏହା ଉଦଯାପିତ ହୋଇଯାଇଛି।