ଲକ୍ଷ୍ମୀପୁର: ମଇନାମାଲ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ପଡିଆ ପ୍ରାଙ୍ଗଣ ଠାରେ ବ୍ଲକର ଜୋନାଲ ସ୍ତରୀୟ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଢ଼ା ପଞ୍ଚାୟତ ଅଧିନସ୍ଥ ମଇନାମାଲ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ପଡିଆ ପ୍ରାଙ୍ଗଣ ଠାରେ ଆଜି ବିଭିନ୍ନ ହାଇସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବ୍ଲକ ର ଜୋନାଲ ସ୍ତରୀୟ ବାର୍ଷିକ କ୍ରିଡ଼ା ଉତ୍ସବ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିଷେକ ଭୋଇ, ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିଡା ପତାକା ଉତ୍ତୋଳନ କରି ଖେଳ ର ଶୁଭାରମ୍ଭ କରିଥିଲେ।