ଆସନ୍ତା ୬ ରୁ ୧୧ ତାରିଖ ମଧ୍ୟରେ ଜଗତ୍ସିଂହପୁର ଜିଲାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ୍ ବାଳିକା କ୍ରିକେଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲା କ୍ରିକେଟ ଟିମରେ ଡାବୁଗାଁ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟରୁ ୬ ଜଣ ଛାତ୍ରୀ ମନୋନୀତ ହୋଇଛନ୍ତି । ଗତ ୩ ତାରିଖରେ ଜିଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ପାପଡାହାଣ୍ଡି ସ୍ଥିତ ଲାଲବହାଦୂର୍ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ଥର ଡ଼ିଉଜ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଡାବୁଗାଁ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟର ୬ ଜଣ ରାଜ୍ୟ ସ୍ତରୀୟକୁ ମନୋନିତ ହୋଇଛନ୍ତି |