କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ଶୀତ ମହୋତ୍ସବ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମର ପ୍ରଧାନ, ତହସିଲଦାର ଧୀରୋଜ ପାତ୍ର, ଆଇଆଇଆସି ଜୟନ୍ତ କୁମାର ସେଠି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୂକାରୀ ଡାକ୍ଟର ଜାକେଶ ସାମନୁରାୟ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିଲେ । ଗତ ଶୀତ ମହୋତ୍ସବ ଭଳି ଚଳିତ ବର୍ଷ ଏହି ମହୋତ୍ସବକୁ ଆହୁରି ଆ ଆଡମ୍ବର ଭ ଭାବେ ପାଳନ କରାଯିବ।