ଡାବୁଗାଁ: ପାପଡାହାଣ୍ଡିରେ ବ୍ଲକ ସ୍ତରୀୟ ମଣ୍ଡେଇର ଶୁଭାରମ୍ଭ, ଯୋଗଦେଲେ ବହୁ ଜନ ପ୍ରତିନିଧି
ଆଜି ପାପଡାହାଣ୍ଡି ସଦର ମହକୁମାରେ ବ୍ଲକ ସ୍ତରୀୟ ମଣ୍ଡେଇର ଶୁଭାରମ୍ଭ ହୋଇଛି | ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରୁ ମଶାଲ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲା | କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ହେମଲତା ମାଝୀଙ୍କ ଅଧକ୍ଷା ହେମଲତା ମାଝୀଙ୍କ ଅଧକ୍ଷତାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ପୂର୍ବତନ ଏମପି ପର୍ଶୁରାମ ମାଝୀ,ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରି ଦାସ,ବିଡ଼ିଓ କପିଲଦେବ ସାହୁ ସହ ବହୁ ଜନ ପ୍ରତିନିଧି ଓ ଅଧିକାରି ଯୋଗଦେଇଥିଲେ |