ନୀଳଗିରି: ବାରାପୁର ବଜାର ନିକଟରେ ଅଂଶୁଘାତରେ ବ୍ୟବସାୟୀଙ୍କ ମୃତ୍ୟୁ
ଅଂଶୁଘାତରେ ବ୍ୟବସାୟୀଙ୍କ ମୃତ୍ୟୁ ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ବାରାପୁର ଗ୍ରାମର ନୃସିଂହ ଚରଣ ଘୋଷ ଆଜି ସୋମବାର ଅପରାହ୍ନ 3 ଘଟିକା ସମୟରେ ଘରୁ ବାରାପୁର ବଜାରସ୍ଥିତ ନିଜ ଦୋକାନକୁ ଆସୁଥିଲେ l ପ୍ରବଳ ଖରାଯୋଗୁଁ ସେ ରାସ୍ତାରେ ସଜ୍ଞାହୀନ ହୋଇଥିଲେ lସ୍ଥାନିୟ ଲୋକଙ୍କ ସହାୟତାରେ ତାଙ୍କୁ ନିକଟସ୍ଥ ଏକ ଘରୋଇ କ୍ଲିନକ କୁ ନିଆଯାଇଥିଲା l ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ା ତାଙ୍କର ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଥିବା ପରିବାର ଲୋକ ଏବଂ ଗ୍ରାମବାସୀ ମାନେ ସନ୍ଦେହ କରୁଛନ୍ତି l