ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଗାନ୍ଧିଛକ କୁଅଁର କମ୍ପ୍ଲେକ୍ସ ନିକଟରେ ଜଣେ ମଦ୍ୟପ ଯୁବକଙ୍କ ର ଉନ୍ମକ୍ତ କାଣ୍ଡ ଯୋଗୁଁ ରାସ୍ତା ଜାମ
ଝାରସୁଗୁଡା ଜିଲ୍ଲା ଗାନ୍ଧିଛକ କୁଅଁର କମ୍ପ୍ଲେକ୍ସ ନିକଟରେ ଆଜି ସନ୍ଧ୍ୟା ସାଢେ ସାତଟା ସମୟରେ ଜଣେ ମଦ୍ୟପ ଯୁବକଙ୍କ ର ଉନ୍ମକ୍ତ କାଣ୍ଡ ।ତେବେ ମଦ୍ୟପାନ କରି ବିଭିନ୍ନ ଗାଡି ପାଖକୁ ଉକ୍ତ ଯୁବକ ଟି ଚାଲି ଯାଉଥିବା ବେଳେ ତାକୁ ରୋକିବା ପାଇଁ ତାର ସାଙ୍ଗ ମାନେ ଚେଷ୍ଟା କରୁଥିଲେ। ତେବେ ଏହି ଘଟଣାରେ ପୋଲିସ ର ଗାଡି ମଧ୍ୟ ଅଟକାଇଥିଲା ଯୁବକ ଜଣକ।ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ଅନେକ ସମୟ ଧରି ବିଭିନ୍ନ ଢଙ୍ଗ କରିବା ପରେ ଯୁବକ ଜଣକ ସେଠାରୁ ଚାଲିଯାଇଥିଲେ। ଯୁବକଙ୍କ ଏହି ଉନ୍ମତ୍ତ କାଣ୍ଡ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ଜାମ ଲାଗିରହିଥିଲା।