ଘରେ ଟୁଲୁପମ୍ପ ସଜାଡୁ ଥିବା ବେଳେ ବିଦ୍ୟୁତ ଆଘାତରେ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କନ୍ତୋଲ ନମ୍ବର ୧୩ ୱାର୍ଡ଼ର ସଞ୍ଜୟ ନାୟକ ବୟସ ୩୮ ବର୍ଷ। ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡକ୍ଟର ତାଙ୍କୁ ମୃତ୍ ଘୋଷଣା କରିଥିଲେ। ଏ ବିଷୟରେ ଆଠଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।ସେ ମିଟର ରିଡର୍ ଭାବେ ଟିପିସିଓଡିଏଲ ରେ କାର୍ଯ୍ୟ କରୁଥିଲେ । ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ବର୍ଗଙ୍କୁ ଶବ ଦିଆ ଯାଇଥିଲା।