ସିମୁଳିଆ: ବାଲିଖଣ୍ଡ ବଜାର ନିକଟରେ ମହିଳା ଙ୍କର ଆତ୍ମହତ୍ୟା, ପୋଲିସ ର ତଦନ୍ତ ଜାରି,
ଝୁଲନ୍ତା ଅବସ୍ଥାରେ ମହିଳା ଙ୍କ ମୃତ ଦେହ ଉଦ୍ଧାର l ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ବାଲିଖଣ୍ଡ ବଜାର ନିକଟରେ ରତ୍ନାକର ମହାକୁଡ଼ ଓ ତାଙ୍କ ସ୍ତ୍ରୀ ଭଗବତୀ ମହାକୁଡ଼ ବିଳମ୍ବିତ ରାତିରେ ଖାଇପିଇ ଶୋଇଥିଲେ l ବିଳମ୍ବିତ ରାତିରେ ନିଦ ଭାଙ୍ଗିଯିବାରୁ ସ୍ତ୍ରୀ ପାଖରେ ନ ଥିଲେ l ବାହାର ବାରଣ୍ଡାରେ ଏକ ଦୌଡ଼ି ସାହାଯ୍ୟରେ ଫେନରେ ଆତ୍ମହତ୍ୟା କରିଥିଲେ l ଖବର ପାଇ ଆଜି ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଂଚି ଝୁଲନ୍ତା ଅବସ୍ଥାରେ ଭଗବତୀକୁ ଉଦ୍ଧାର କରିଥିଲେ l ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ କରୁଛନ୍ତି l