ଗୋବିନ୍ଦପୁର: ଗଡ଼ପୋଷ ଘନସରା ହକି ପ୍ରଶିକ୍ଷଣ କେନ୍ଦ୍ରରେ ଭାରତୀୟ ହକିର ଶତବାର୍ଷିକୀ ପାଳିତ
ଭାରତରେ ସର୍ବ ପ୍ରଥମେ ୧୯୨୫ ମସିହାରେ ହକି ଖେଳ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଭାରତୀୟ ହକି ଶହେ ବର୍ଷ ରେ ପଦାର୍ପଣ କରିଛି। ଏହାକୁ ନେଇ ବାମରା ବ୍ଲକ ଅନ୍ତର୍ଗତ ଗଡ଼ପୋଷ ସ୍ଥିତ ଘନସରା ହକି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଶନିବାର ଦିନ ଶତବାର୍ଷିକୀ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଦଶରଥ ପୋଢ ଯୋଗ ଦେଇ ଭାରତ ସମଗ୍ର ବିଶ୍ଵରେ ଅନେକ ଥର ଚାମ୍ପିଅନ ହେବା ସହ ଆଜି ମଧ୍ୟ ଏହି ଖେଳରେ ଦିଗ୍ ବିଜୟୀ ଯୋଦ୍ଧା ରୂପେ ନିଜର ଆଧିପତ୍ୟ ଜାରି ରଖିଛି ବୋଲି ମତ ବ୍ୟକ୍ତ କରିଥିଲେ।