ବାମରା ସ୍ଥିତ ହରିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତ ଏବଂ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଦାନନ୍ଦ ପ୍ରଧାନ ଯୋଗ ଦେଇ ବର୍ତ୍ତମାନ ସମୟରେ ଶିକ୍ଷା ସହ କ୍ରୀଡ଼ାର ମହତ୍ତ୍ଵ ନେଇ ମତ ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋବିନ୍ଦପୁର ସରପଞ୍ଚ ବିମଲ ଲlକ୍ରା, BRT ହିମାନ୍ଶୁ ଭୂଷଣ ରାଉତ ଓ SMC ଅଧ୍ୟକ୍ଷ ପରମେଶ୍ବର ଟୋପ୍ପୋ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।