ନୂତନ ବର୍ଷ ଅବସରରେ ବଲାଙ୍ଗୀର ନିଖିଳ ନଗରରେ ନିଖିଳ ସେବା ଶ୍ରମ ପକ୍ଷରୁ ଏକ ଭବ୍ୟ ଗୁରୁପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ପବିତ୍ର ଅବସରରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଭାବନାରେ ମଗ୍ନ ହୋଇଉଠିଥିଲା। କାର୍ଯ୍ୟକ୍ରମରେ ପୂଜ୍ୟ ଗୁରୁଦେବ୍ ନନ୍ଦ କିଶୋର ଶ୍ରୀମାଳି ଜୀଙ୍କ ଦିବ୍ୟ ଆଶୀର୍ବାଦ ଲାଭ କରିଥିଲେ ଶ୍ରଦ୍ଧାଳୁମାନେ। ତାଙ୍କର ଉପଦେଶ ଜୀବନରେ ଶାନ୍ତି, ସତ୍ୟ ଓ ସତ୍ ଭାବନା ପଥରେ ଆଗେଇବାକୁ ପ୍ରେରଣା ଦେଇଥିଲା। ଗୁରୁପୂଜନ, ଭଜନ ଓ ପ୍ରାର୍ଥନା ମାଧ୍ୟମରେ ନୂତନ ବର୍ଷକୁ ସକାରାତ୍ମକ ଭାବେ ସ୍ୱାଗତ କରାଯାଇଥିଲା।