ରେଢ଼ାଖୋଲ ବ୍ଳକ ସଭା ଗୃହରେ ଭୀମଭୋଇ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡରେ ପ୍ରଥମ ଥର ପାଇଁ ଲୋକ କଲା ଲୋକ ଗୀତ ଅଞ୍ଚଳର ସଂସ୍କୃତି ପରମ୍ପରା କୁ ନେଇ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ଏନେଇ ମଙ୍ଗଳବାର ଅପରାହ୍ନରେ ବ୍ଳକ ର ସଭାଗୃହ ରେ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେଢ଼ାଖୋଲ ଉପଖଣ୍ଡର ସମସ୍ତ ସାଂସ୍କୃତିକ ଅନୁଷ୍ଠାନ ସହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ଏହା ପ୍ରାକ ପ୍ରସ୍ତୁତି ହୋଇଥିବା ବେଳେ ଆସନ୍ତା ଜାନୁଆରୀ ମାସ ଶେଷ ସପ୍ତାହରେ