ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡଃ ଏପିଜେ ଅବଦୁଲ କଲାମ୍ କଂ ଜନ୍ମ ଜୟନ୍ତୀ ଅବସରରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ସୁନ୍ଦର ବାଲୁକା କଳା କୃତି ଗୋପାଳପୁର ବେଳଭୂମି ରେ ତିଆରି କରିଛନ୍ତି। ଯାହାର ଉଚ୍ଚତା ୬ଫୁଟ ୬ ଇଞ୍ଚି ଓ ଓସାର ୮ ଫୁଟ ରହିଛି। ଏହାକୁ କରିବାକୁ ସତ୍ୟଙ୍କୁ ୩ ଘଣ୍ଟା ସମୟ ଲାଗିଥିଲା ବୋଲି ସେ କହିଛନ୍ତି। ବୁଧବାର ସଂଧ୍ୟାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସତ୍ଯ।