ବାଲେଶ୍ବର ମ୍ୟୁନିସିପାଲଟି: ଏସପିଙ୍କ କାର୍ଯ୍ୟାଳୟ ରେ ବିଜେଡି ପକ୍ଷରୁ ରାଜ୍ୟରେ ବଢୁଥିବା ମହିଳା ନିର୍ଯାତନା ପ୍ରତିବାଦରେ ଡିଜିପି ଙ୍କ ଉଦ୍ଦେଶ୍ୟରେ ଏସପିଙ୍କୁ ସ୍ମାରକପତ୍ର
ବାଲେଶ୍ଵର ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ଘଟଣା ବୃଦ୍ଧି ପାଉଥିବା ପ୍ରତିବାଦରେ ଆଜି ଦିନ ୧୨ ଟା ସମୟରେ ଏସପି ଙ୍କ କାର୍ଯ୍ୟାଳୟ ଠାରେ ଡିଜିପି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଏସ୍ପିଙ୍କୁ ପ୍ରଦାନ କରାଯାଇଛି।ଏହି ସ୍ମାରକପତ୍ର କୁ ଆଡିସିନାଲ ଏସପି ଦେବଜ୍ୟୋତି ଦାଶ ଗ୍ରହଣ କରୁଥିଲେ।ଜିଲ୍ଲା ବିଜେଡ଼ିର ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ବିଜେଡି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର,ପୂର୍ବତନ ବିଧାୟକ ସୁକାନ୍ତ ନାୟକ,ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ।