ସୋର: ଛପୋଲିଆ ନିକଟରେ ଟ୍ୟାଙ୍କର ପଛରୁ ଧକା ଦେଇ ବାଇକ ଚାଳକ ଗୁରୁତ୍ତର, ସୋର ମେଡ଼ିକାଲରେ ଭର୍ତ୍ତି
Soro, Balasore | Oct 22, 2025 ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଛପୋଲିଆ ନିକଟରେ ଏକ ଟ୍ୟାଙ୍କର ପଛକୁ ଧକା ଦେଇ ଜଣେ ଯୁବକ ଗୁରୁତ୍ତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଖଇରା ଥାନା ଡଗରପଡା ମଙ୍ଗଳପଡା ଗ୍ରାମର ବିକାଶ ରଞ୍ଜନ ଜେନା ବାଇକ ଯୋଗେ ବାଲେଶ୍ୱରରୁ ଘରକୁ ଫେରୁଥିବା ବେଳେ ଛପୋଲିଆ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ତେଲ ଟ୍ୟାଙ୍କରକୁ ପଛରୁ ଧକା ଦେଇ ଗୁରୁତ୍ତର ଆହତ ହୋଇଥିଲେ। ଏହି ସମୟରେ ନୂଆଗାଁ ଗ୍ରାମର ଶରତ ଜେନା ଅଟୋ ନେଇ ଯାଇଥିବା ବେଳେ ଏହା ଦେଖି ତାଙ୍କୁ ଗୁରୁତ୍ତର ଭାବେ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ।