ପଦ୍ମପୁର: ବରତୁଣ୍ଡା ଅଞ୍ଚଳରୁ କଣ୍ଟେନରରେ ଗୋରୁ ଚାଲାଣ ବେଳେ ଧରିଲା ପୋଲିସ, ସାତ ଗୋରୁ ଉଦ୍ଧାର, ତିନି ଅଭିଯୁକ୍ତ ଗିରଫ
ଆଜି ଅପରାହ୍ନ 3ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ବରତୁଣ୍ଡା ଅଂଚଳରେ ଗୋଟିଏ କଣ୍ଟେନରରେ ଗୋରୁ ଚାଲାଣ ହେଉଥିଲା। ଏନେଇ ସ୍ଥାନୀୟ ଲୋକ ବଜରଙ୍ଗ ଦଳ ଆବାହକ ସୁରେଶ ରାମ ଚନ୍ଦାନୀ କୁ ଜଣାଇଥିଲେ। ଶ୍ରୀ ରାମଚନ୍ଦାନୀ ପାଇକମାଲ ପୋଲିସ କୁ ଗୋରୁ ଚାଲାଣ ବିଷୟରେ ଜଣାଇଥିଲେ। ପୋଲିସ କାଳ ବିଳମ୍ବ ନ କରି ଘଟଣା ସ୍ଥଳକୁ ପହଞ୍ଚି ଗୋରୁ ଉଦ୍ଧାର କରିଥିଲା। ବର୍ତ୍ତମାନ ପାଇକମାଲ ସ୍ଥିତ ନିଶାନୀ ମନ୍ଦିର ପାଖରେ ଥିବା ଗୋସାଲା ରେ ସମସ୍ତ ଗୋରୁ କୁ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ପାଇକମାଲ ଥାନାଧିକାରୀ। ପୂର୍ବରୁ ବରତୁଣ୍ଡା ବଜାରରୁ ଗୋରୁ ଚାଲାଣ ନେଇ ଅନେକ ସମୟରେ ଖବର ରହ