ବରଗଡ଼ର ସ୍ଥାନୀୟ ଯଦୁମଣି ପ୍ରଧାନ ଅଡ଼ିଟୋରିୟମ ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି | ଶୁକ୍ରବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବରଗଡ଼ ସାଂସଦଙ୍କ ପ୍ରତିନିଧି,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ସହ ଅନେକ ଅଧିକାରୀ ଉପସ୍ଥିତ ରହିଥିଲେ | ପ୍ରାଣୀ ଓ ମତ୍ସ୍ୟ ଚାଷ କରି କିପରି ଚାଷୀ ଲାଭାନ୍ବିତ ହୋଇପାରିବେ ଏବଂ ସରକାରଙ୍କ ଲାଭ ଉଠାଇ ପାରିବେ ସେନେଇ ଜଣାଯାଇଥିଲା ।