ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାଡାଗୁଡା ଗ୍ରାମରେ ଆସିକା ଚିନି ଶିଳ୍ପ ଲିଃ ପକ୍ଷରୁ ଆଖୁ ଚାଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆସିକା ଚିନୀଶୀଳ୍ପ ପରିଚାଳନା କମିଟି ସଭାପତି ରବୀନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସିଡିଏସ ଚିରଞ୍ଜିବି ମହାନ୍ତି ଓ ସିଡିଏ ବିଷ୍ଣୁ ଚରଣ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ଅଞ୍ଚଳର ବହୁ ଆଖୁ ଚାଷୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ଅତିଥି ମାନେ ଲାଭ ଦାୟକ ଆଖୁ ଚାଷ କରିବାକୁ ଚାଷୀ ଙ୍କୁ କହିବା ସହ ସମସ୍ୟା ନେଇ ଚାଷୀ ଙ୍କୁ ପଚାରି ବୁଝିଥିଲେ l