ବୌଦ୍ଧ ସଦର: ଉଡ୍ ବିଲକା ଜଙ୍ଗଲ ନିକଟରେ ଦ୍ୱିତୀୟ ଦିନରେ ପୁଣି
ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ।
ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ପୁଲିସ ପକ୍ଷରୁ ଦ୍ୱିତୀୟ ଦିନରେ ବହୁ ପରିମାଣର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ସୂଚନା ମିଳିଛି। ପୁଲିସ ସୂତ୍ରରୁ ପ୍ରକାଶଯେ ବାଉଁଶୁଣୀ ଥାନା ଅନ୍ତର୍ଗତ ଉଡବିଲକା ନିକଟ ଜଙ୍ଗଲରେ ଥାନା ଅଧିକାରୀ ମନ୍ଦାକିନୀ କହଁରଙ୍କ ନେତୃତ୍ବରେ ଚଢ଼ାଉ କରାଯାଇ ୩୩ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷର ଗଛ ସବୁକୁ ମେସିନ ସାହାଯ୍ୟରେ କାଟି ନିଆଁରେ ପୋଡ଼ି ନଷ୍ଟ କରାଯାଇଥିବା ଥାନା ଅଧିକାରୀ ଶ୍ରୀମତି କହଁର କହିଛନ୍ତି