ବଲାଙ୍ଗିର ଜିଲ୍ଲାରେ ଲୁପ୍ତ ହେଉଥିବା ପାରମ୍ପରିକ ବିହନ ଓ ଜଡିବୁଟି ଔଷଧର ସୁରକ୍ଷା ଓ ପୁନର୍ଜୀବନ ଉଦ୍ଦେଶ୍ୟରେ “ପରମ୍ପରା ବିକାଶ ଯାତ୍ରା” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଲୋକ ଉନ୍ନତି ସଂଗଠନ ତରଫରୁ ଜିଲ୍ଲାର ୯ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲୁଥିବାବେଳେ, ପାରମ୍ପରିକ କୃଷି ପଦ୍ଧତି ଓ ଦେଶଜ ଔଷଧୀୟ ଜ୍ଞାନକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ମାଧ୍ୟମରେ ଚାଷୀ ଓ ଜନଜାତି ସମୁଦାୟଙ୍କୁ ସଚେତନ କରି ପ୍ରାକୃତିକ ସମ୍ପଦ ସଂରକ୍ଷଣ ପାଇଁ ଆହ୍ୱାନ ଦିଆଯାଇଛି।