ଜଗତସିଂହପୁର: ପଳାଷୋଳରେ ବିଶିଷ୍ଟ ସାହିତ୍ୟିକ ଗଗନ ଚରଣ ବିଶ୍ୱାଳଙ୍କ ତୃତୀୟ ଶ୍ରାଦ୍ଧଉତ୍ସବ ଅନୁଷ୍ଠିତ
ସାହିତ୍ୟକ ଗଗନ ବିହାରୀ ବିଶ୍ୱାଳ ସ୍ମୃତି ପରିଷଦ ପକ୍ଷରୁ ଯଶସ୍ୱୀ ସାରସ୍ୱତ ସାଧକ ସ୍ବର୍ଗତ ଗଗନ ବିହାରୀ ବିଶ୍ବାଳଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ । ଆଜି ଅପରାହ୍ନ ୫ ଟା ସମୟରେ ପଳାସୋଳଠାରେ ସମ୍ପାଦକ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବିଶିଷ୍ଟ ସ୍ତମ୍ବକାର ହିମାଂଶୁ ଆଚାର୍ଯ୍ୟ ଓ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଗଗନ ବିହାରୀ ବିଶ୍ବାଳଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିବା ସହ ତାଙ୍କ କୃତିତ୍ୱ ଉପରେ ଆଲୋଚନା କରିଥିଲେ