ତନ୍ତଗଡ ଗ୍ରାମର ଜଣେ ବୃଦ୍ଧ ନିଖୋଜ l ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ତନ୍ତ ଗାଡ ଗ୍ରାମର ଜଣେ ବୃଦ୍ଧ ନିଖୋଜ ହୋଇଥିବା ନେଇ ରବିବାର ସକାଳେ ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ବୃଦ୍ଧ ଜଣକ ହେଲେ ତନ୍ତଗାଡ ଗ୍ରାମର ଶ୍ରୀନିବାସ ସାହୁ । ସେ ଗତ ୫ ଦିନ ହେଲା ଘରୁ କୁଆଡେ଼ ଚାଲିଯାଇଛନ୍ତି । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ନ ପାଇବାରୁ ଆଜି ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।