ଝାରସୁଗୁଡା: ବଡ଼ମାଲ ଗ୍ରାମପଞ୍ଚାୟତ ପାଣ୍ଡରୀପଥର ଫୁଟବଲ୍ ପଡ଼ିଆରେ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ, ରାମପୁର ଦଳ ଚାମ୍ପିଅନ୍
ଝାରସୁଗୁଡା ଜିଲ୍ଲା ବଡ଼ମାଲ ଗ୍ରାମପଂଚାୟତ ଅନ୍ତର୍ଗତ ପାଣ୍ଡରୀପଥର ଫୁଟବଲ୍ ପଡ଼ିଆରେ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଆଜି ଅପରାହ୍ନ ୪ ଟା ରୁ ୫ ଟା ଯାଏଁ ଏହି ଏକ ଦିବାସୀୟ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ୍ ରାମପୁର ଦଳ ଏବଂ ବଡ଼ମାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ରାମପୁର ଦଳ ଚାମ୍ପିଅନ୍ ହୋଇଥିବାବେଳେ ବଡ଼ମାଲ ଦଳ ରନର୍ସ ଅପ୍ ହୋଇଥିଲା l ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡା ଜିଲ୍ଲା ଓକିଲ ସଙ୍ଘ ସଭାପତି ତ୍ରିନାଥ ଗୁଆଲ ଯୋଗ ଦେଇଥିବା ବେଳେ ଉଭୟ ଚମ୍ପିୟାନ ଏବଂ ରନର୍ସ ଅଫ ଦଳ କୁ ପୁରସ୍କୃତ କରାଯାଇଛି।